କିନ୍ନରଙ୍କୁ ଗଳା କାଟି ହତ୍ୟା, ରାସ୍ତା କଡ଼ରେ ପଡିଛି ମୃତଦେହ | News Room Odisha

କିନ୍ନରଙ୍କୁ ଗଳା କାଟି ହତ୍ୟା, ରାସ୍ତା କଡ଼ରେ ପଡିଛି ମୃତଦେହ

ସମ୍ବଲପୁର: ସମ୍ବଲପୁର ଅନ୍ଧାରୀପତ୍ରାରେ କିନ୍ନରଙ୍କୁ ହତ୍ୟା ଅଭିଯୋଗ। କିନ୍ନର ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। କିନ୍ନର ଜଣକ କଦମପଡାର ହୋଇଥିବା ବେଳେ ତାଙ୍କ ନାଁ ଫିରୋଜ ଛତ୍ରିଆ। କେହି ଏକ ଧାରୁଆ ଅସ୍ତ୍ରରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବା ଜଣାପଡିଛି।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।