ହାରିବା ଭୟରେ ରକ୍ତମୁଖା ବିଜେପି : ସସ୍ମିତ ପାତ୍ର | News Room Odisha

ହାରିବା ଭୟରେ ରକ୍ତମୁଖା ବିଜେପି : ସସ୍ମିତ ପାତ୍ର

ଭୁବନେଶ୍ୱର – ନିର୍ବାଚନୀ ହିଂସା ନେଇ ବିଜେପି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ସେ କହିଛନ୍ତି, ପରାଜୟ ଭୟରେ ବିଜେପି ଏଭଳି ଅଭିଯୋଗ କରୁଛି । ନିର୍ବାଚନ ହାରିବା ଭୟରେ ରକ୍ତମୁଖା ପାଲଟିଛି ବିଜେପି। ବିଜେଡି ସବୁବେଳେ ଅହିଂସାରେ ବିଶ୍ବାସ ରଖେ। ଶାନ୍ତିପ୍ରିୟ ଓଡ଼଼ିଶାରେ ହିଂସାର ସ୍ଥାନ ନାହିଁ ବୋଲି ସସ୍ମିତ କହିଛନ୍ତି ।

ସସ୍ମିତ କହିଛନ୍ତି ଯେ, ପିପିଲିରେ ବିଜେଡି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ସରକାରୀ କର୍ମଚାରୀଙ୍କୁ ବିଶ୍ବେଶ୍ବର ଟୁଡୁଙ୍କ ଆକ୍ରମଣ ଘଟଣାରେ ବିଜେପି ନୀରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ସସ୍ମିତା କହିଛନ୍ତି ।