ମତଦାତା ଅଧିକାର ସମ୍ପର୍କିତ ସଚେତନତା | News Room Odisha

ମତଦାତା ଅଧିକାର ସମ୍ପର୍କିତ ସଚେତନତା

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମରେ ” ମତଦାତା ଅଧିକାର ଓ କୋଭିଡ଼ ଅନୁକୂଳ ବ୍ୟବହାର ” ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାମଣ୍ଡା ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ , ଅଧ୍ୟାପିକା ସ୍ମୃତିରାଣୀ ମିଶ୍ର ଏବଂ ବୌଦ୍ଧ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ପ୍ରମୁଖ ଯୋଗ ଦେଇ ଭୋଟର ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏଥିରେ ଶତ ପ୍ରତିଶତ ମତଦାନ ନିଜ ନିଜ ପଂଚାୟତରେ କରିବା ପାଇଁ ଅନୁରୋଧ କରିଥିଲେ । ଏହିଅବସରରେ ଏକ ସଚେତନତା ରାଲି ଶତାଧୃକ ମହିଳା ଓ ପୁରୁଷଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।

ପରିଶେଷରେ ଭାରତ ସରକାରଙ୍କର ସ୍ବୀକୃତି ପ୍ରାପ୍ତ କଳାକାରଙ୍କ ଦ୍ବାରା ପାଲ୍ଲା ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର ସହକାରୀ ନିର୍ଦେଶକ ରାମେଶ୍ବର ନାୟକ ଓ କ୍ଷେତ୍ର ପ୍ରଚାର ସହାୟକ ସତ୍ୟନାରାୟଣ ନନ୍ଦ ପରିଚାଳନା କରିଥିଲେ ।