ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି | News Room Odisha

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି

ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଦିନ ୧ଟା ଯାଏଁ ଭୋଟ ଗ୍ରହଣ କରାଯିବ। ମୋଟ ୨୦ ହଜାର ୪୩୫ଟି ବୁଥ୍‌ରେ ମତଦାନ ଜାରି ରହିଛି।

୩୦ଟି ଜିଲ୍ଲାର ୬୮ଟି ବ୍ଳକରେ ମତଦାନ ହେଉଛି । ୧୬୮ଟି ଜିଲ୍ଲା ପରିଷଦ ଜୋନରେ ହେଉଛି ନିର୍ବାଚନ । ୧୫୧୪ ସରପଞ୍ଚ ପଦବୀ ପାଇଁ ମଧ୍ୟ ଭୋଟ ଗ୍ରହଣ ଚାଲିଛି ।

ଏଥର ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ପୁଲିସ ମୁତୟନ ହୋଇଛନ୍ତି। ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।