ଭୁବନେଶ୍ୱର- ପଂଚାୟତ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮ ଦଶମିକ ୩ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫ ଦଶମିକ ୬୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରେ ୮୫ ଦଶମିକ ୧୪ ପ୍ରତିଶତ, ବୌଦ୍ଧରେ ୮୪ ଦଶମିକ ୯, କଳାହାଣ୍ଡିରେ ୮୩ ଦଶମିକ ୮୧ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି । ଗଂଜାମରେ ସର୍ବନିମ୍ନ ୬୪ ଦଶମିକ ୮୬ ପ୍ରତିଶତ ମତଦାନ ହୋଇଛି ।
କାଁ ଭାଁ ଗଣ୍ଡଗୋଳକୁ ଛାଡି ଦେଲେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କେତେକ ବୁଥରେ ନିର୍ବାଚନ ବାଧାପ୍ରାପ୍ତ ହୋଇଛି । ଏହାଛଡା ବାଲଟ ପେପରରେ ତ୍ରୁଟି ଯୋଗୁଁ ଦୁଇ ତିନିଟି ସ୍ଥାନରେ ପୁନଃ ନିର୍ବାଚନ ହୋଇପାରେ । ଏ ସଂପର୍କରେ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ପାଇବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ।