୫ ଦିନିଆ ପୋଲିସ ରିମାଣ୍ଡରେ ନକଲି ଡାକ୍ତର, ଖୋଲିବ ୩୦ ବର୍ଷ ଠକେଇର ରହସ୍ୟ | News Room Odisha

୫ ଦିନିଆ ପୋଲିସ ରିମାଣ୍ଡରେ ନକଲି ଡାକ୍ତର, ଖୋଲିବ ୩୦ ବର୍ଷ ଠକେଇର ରହସ୍ୟ

ଭୁବନେଶ୍ବର: ମ୍ୟାଟ୍ରିକ ଫେଲ ରସିକିଆ ଡାକ୍ତର ରମେଶ ସ୍ୱାଇଁ ର ଲମ୍ବା ହେବାରେ ଲାଗିଛି ପତ୍ନୀଙ୍କ ଲିଷ୍ଟ । ୧୮ଜଣଙ୍କ ପରେ ଏବେବି ଲାଇନରେ ରହିଛନ୍ତି ଅନେକ ପ୍ରେମିକା । ଠକେଇର ଖୋଳତାଡ ପାଇଁ ଠକ ଡାକ୍ତରକୁ ୫ଦିନିଆ ରିମାଣ୍ଡରେ ନେଇଛି ମହିଳା ଥାନା ପୋଲିସ । ଖୋଲିବ ୩୦ ବର୍ଷରେ ଠକେଇର ଚେର । ଠକ ଡାକ୍ତର ଜଣଙ୍କ କେତେ ଜଣଙ୍କୁ ବିବାହ କରି ଠକିଥିଲେ ଓ କେତେଜଣକୁ ବିବାହର ପ୍ରଲୋଭନ ଦେଇ ଠକିଥିଲେ ଏବଂ ଆଉ କେତେଜଣ ଏବେବି ଲାଇନରେ ଥିଲେ ସେନେଇ ଖୋଳତାଡ କରିବ କରିବ କମିଶନରେଟ ପୋଲିସ ।
ଯୁବତୀ, ବିଧବା ମହିଳା ଓ ଏକୁଟିଆ ରହୁଥିବା ବୟସ୍କା, ପାଠ ପଢୁଆ ଧନି ମହିଳା ଥିଲେ ଠକ ଡାକ୍ତରର ଟାର୍ଗେଟରେ । ଏଯାବତ ୧୮ଜଣଙ୍କୁ ବିବାହ କରି ଠକିଥିବା ଲିଙ୍କ ସାମ୍ନାକୁ ଆସିଥିବା ବେଳେ ବିଗତ ୩୦ବର୍ଷ ହେଲା ପ୍ରେମ ଜାଲ ବିଛାଇ ମହିଳାଙ୍କୁ ଠକୁଥିଲା ଦଶମ ଫେଲ ଡାକ୍ତର । ମିଛ ପରିଚୟ ଦେଇ ମହିଳାଙ୍କୁ ଚୂନ ଲଗାଉଥିଲା ଅଭିଯୁକ୍ତ ।