ରାଜଧାନୀରେ ମାତୃଭାଷା ମହାକୁମ୍ଭ କାର୍ଯ୍ୟକ୍ରମ | News Room Odisha

ରାଜଧାନୀରେ ମାତୃଭାଷା ମହାକୁମ୍ଭ କାର୍ଯ୍ୟକ୍ରମ

ଭୁବନେଶ୍ୱର-ଓଡ଼ିଆ ଭାଷାର ଗରିମା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନର ଉଦ୍ଦେଶ୍ୟକୁ ସାର୍ଥକ କରିବା ପାଇଁ ଆଜି ଓ ଆସନ୍ତାକାଲି ଆମରି ଭାଷା ପଥେ-୮ ‘ଲଙ୍ଗ ଫେଷ୍ଟ ୨୦୨୨ – ମାତୃଭାଷା ମହାକୁମ୍ଭ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦି ଇଂଟେଲେକ୍ଟସ ଓ ଓଡ଼ିଆ ଭର୍ଚୁଆଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ୩୦ରୁ ଅଧିକ ଦେଶର ୬ଟି ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାଷାର ବିଦ୍ୱାନ ଯୋଗ ଦେଉଛନ୍ତି ।