ଜଳବନ୍ଦୀ ଯନ୍ତ୍ରଣାରୁ ମୁକ୍ତି ପରେ... ପ୍ରଥମ ଥର ପଞ୍ଚାୟତ ପ୍ରତିନିଧି ବାଛିବେ କୁଦଗୁଣ୍ଡେରପୁରବାସୀ, ସଡକ ପଥରେ ଗଲେ ପୁଲିଂ ପାର୍ଟି | News Room Odisha

ଜଳବନ୍ଦୀ ଯନ୍ତ୍ରଣାରୁ ମୁକ୍ତି ପରେ… ପ୍ରଥମ ଥର ପଞ୍ଚାୟତ ପ୍ରତିନିଧି ବାଛିବେ କୁଦଗୁଣ୍ଡେରପୁରବାସୀ, ସଡକ ପଥରେ ଗଲେ ପୁଲିଂ ପାର୍ଟି

ଲେଖକ: ହର୍ଷିତା ବିଶ୍ବାଳ

ସମ୍ବଲପୁର : ସ୍ବାଧୀନତାର ୭୫ ବର୍ଷ ପରେ ବି ଦୁନିଆଁ ଠାରୁ ବିଚ୍ଛିନ୍ନ ହୋଇ ରହି ଆସିଥିଲେ। ପିଢି ପିଢି ଧରି ଜଳବନ୍ଦୀ ଯନ୍ତ୍ରଣାରେ ଉବୁଟୁବୁ ହେଉଥିଲେ। ଜଳପଥ ହିଁ ଏକମାତ୍ର ଭରସା ଥିଲା। ହେଲେ ବର୍ତ୍ତମାନ ସେମାନେ ଦୁନିଆଁ ସହ ଯୋଡି ହୋଇଛନ୍ତି। ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଆଉ ଏହି ଦ୍ବୀପକୁ ସେତୁ ସଂଯୋଗ ହେବା ପରେ ପ୍ରଥମ କରି ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକ ଅନ୍ତର୍ଗତ କୁଦଗୁଣ୍ଡେରପୁର ପଞ୍ଚାୟତବାସୀ ପ୍ରଥମ କରି ଆସନ୍ତାକାଲି ପଞ୍ଚାୟତ ପ୍ରତିନିଧି ବାଛିବାକୁ ଯାଉଛନ୍ତି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସେପଟେ, ପୂର୍ବରୁ ଏହି ଦ୍ବୀପରେ ହେଉଥିବା ମତଦାନ ପାଇଁ ପୁଲିଂ ପାର୍ଟିକୁ ଜଳପଥରେ ଯିବାକୁ ପଡୁଥିବା ବେଳେ ଚଳିତ ନିର୍ବାଚନରେ ସଡକ ପଥରେ ଯାଇଛନ୍ତି।

ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକ ଅନ୍ତର୍ଗତ କୁଦଗୁଣ୍ଡେରପୁର ପଞ୍ଚାୟତ ଟି ମହାନଦୀ ଏବଂ ଚିପିଲିମା ପାବାର୍ ଚ୍ୟାନେଲ୍ ମଝିରେ ରହି ଏକ ଦ୍ବୀପ ଭଳି ଯନ୍ତ୍ରଣା ଭୋଗି ଆସିଛନ୍ତି। ସମ୍ବଲପୁର ଜିଲ୍ଲା ମହକୁମା ଠାରୁ ମାତ୍ର ୨୫ କିମି ଦୂରରେ ଥିଲେ ହେଁ ଏମାନେ ଯୋଜନ ଯୋଜନ ଦୂରରେ ଥିଲା ଭଳି ଦୁଖ ଭୋଗି ଆସିଥିଲେ। ଏହି ପଞ୍ଚାୟତବାସୀ ଶିକ୍ଷା, ସ୍ବାସ୍ଥ୍ୟରୁ ଆରମ୍ଭ କରି ପ୍ରତିଟି କାମ ପାଇଁ ସମ୍ବଲପୁର ତଥା ନିକଟସ୍ଥ ବଜାର ଆସିବାକୁ ହେଲେ ଜଳପଥ ଉପରେ ହିଁ ନିର୍ଭର କରୁଥିଲେ। ଏପରିକି ଏଠାରୁ ଉତ୍ପାଦିତ ଧାନ ତଥା ଅନ୍ୟାନ୍ୟ କୃଷିଜାତ ସାମଗ୍ରୀରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ଡଙ୍ଗାରେ ହିଁ ସମ୍ବଲପୁରକୁ ଆସୁଥିଲା। ଫଳରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ବିକାଶ ପହଞ୍ଚି ପାରୁନଥିଲା।

ତେବେ, ଏହି ପଞ୍ଚାୟତକୁ ଯୋଡିବାକୁ ସେତୁ ନିର୍ମ।ଣ ପାଇଁ ଦୀର୍ଘ ଦଶନ୍ଧି ଧରି ସଂଗ୍ରାମ ଚାଲିଥିଲା। ହେଲେ ନବୀନ ସରକାର କ୍ଷମତାସୀନ ହେବା ଦିନରୁ ହିଁ ଏଠାରେ ସେତୁ ନିର୍ମ।ଣ ପାଇଁ ଯୋଜନା ହୋଇଥିଲା। ଏପରିକି ନବୀନ ପ;ନାୟକ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ହେଲିକପଟର୍Ùରେ ଏହି ଦ୍ବୀପରେ ଓହ୍ଲାଇଥିଲେ। ହେଲେ ଅନେକ ବୈଷୟିକ କାରଣରୁ ଏଠାରେ ସେତୁ ନିର୍ମ।ଣ ପାଇଁ ଠିକା ସଂସ୍ଥା ଗୁଡିକ ଅନାଗ୍ରହ ପ୍ରକାଶ କରି ଆସୁଥିଲେ। ଏଥିପାଇଁ ୧୨ ଥର ଧରି ଟେଣ୍ଡର ହୋଇଥିଲେ ବି କୌଣସି ସୁଫଳ ମିଳିନଥିଲା। ଶେଷରେ ଏହି ସ୍ବପ୍ନ ସାକାର ହୋଇଛି। ଆଉ ପ୍ରାୟ ବର୍ଷକ ତଳୁ ସେତୁ ନିର୍ମ।ଣ ଶେଷ ହୋଇଛି। ୩୨ କୋଟି ବ୍ୟୟରେ ନିର୍ମିତ ଦୀର୍ଘ ୪୫୦ ମିଟର ଲମ୍ବର ଏହି ସେତୁ ପାଇଁ କୁଦଗୁଣ୍ଡେରପୁର ବର୍ତ୍ତମାନ ବାହ୍ୟ ଦୁନିଆଁ ସହ ଯୋଡି ହୋଇଛି। ଆଉ ଧୀରେ ଧୀରେ ଏଠାରେ ବିକାଶ ଥାପିବାରେ ଲାଗିଛି। ଇତିମଧ୍ୟରେ ଏଠାରେ ଏକ କିଓକ୍ସ ବ୍ୟାଙ୍କ ଉଦଘାଟନ ହୋଇସାରିଥିବା ବେଳେ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ସେବା ବି ପହଞ୍ଚିବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ପୂର୍ବରୁ ଅନୁଷ୍ଠିତ ଭୋଟ୍ ବେଳେ ସବୁ ନେତା ଡଙ୍ଗାରେ ଯାଇ ପ୍ରଚାର କରୁଥିଲେ। ହେଲେ ବର୍ତ୍ତମାନ ସଡକ ପଥରେ ଯାଇ ପ୍ରଚାର କରୁଛନ୍ତି। ଆଉ ପୁଲିଂ ପାର୍ଟି ବି ସଡକ ପଥରେ ଯାଇଛନ୍ତି। ଏଭଳି ସ୍ଥିତିରେ ବିକାଶର ନୂଆଁ ଆଲୋକ ଦେଖିଥିବା କୁଦଗୁଣ୍ଡେରପୁରବାସୀ ନବୀନ ସରକାର ନିକଟରେ କୃତଜ୍ଞତା ପ୍ରକାଶ କରୁଥିବା ବେଳେ ଏହାକୁ ନେଇ ଉକ୍ତ ପଞ୍ଚାୟତବାସୀଙ୍କ ଠାରୁ ଆରମ୍ଭ କରି ସମଗ୍ର ଧନକଉଡାବାସୀ ବେଶ୍ ଉତ୍ସାହିତ ଅଛନ୍ତି।

ଅପରପକ୍ଷେ, ଆସନ୍ତାକାଲି ଏହି ପଞ୍ଚାୟତବାସୀ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ଯାଉଥିବା ବେଳେ ସେତୁ ନିର୍ମ।ଣର ଶ୍ରେୟ ନିଶ୍ଚିତ ଭାବେ ବିଜେଡି ଖାତାକୁ ଯିବ ବୋଲି ଏବେ ସବୁ ମହଲରେ ଚର୍ଚ୍ଚ। ଜୋର ଧରିଛି।