ଯୁବକଙ୍କ ଗଳା କାଟି ହତ୍ୟା,ଥାନା ଘେରିଲେ ପଡ଼ାବାସୀ | News Room Odisha

ଯୁବକଙ୍କ ଗଳା କାଟି ହତ୍ୟା,ଥାନା ଘେରିଲେ ପଡ଼ାବାସୀ

ବରଗଡ଼: ଟାଉନ ଥାନା ଘେରିଲେ 1 ନମ୍ବର ୱାର୍ଡ଼ ନଦୀପଡ଼ା ବାସିନ୍ଦା । ନଦୀପଡ଼ାର ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରିବା ଅଭିଯୋଗରେ ପଡ଼ାବାସୀ ଥାନାରେ ଏତଲା ଦେବା ସହିତ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଟାଉନ ଥାନାକୁ ଘେରାଉ କରିଛନ୍ତି ।

ସୂଚନା ଅନୁଯାୟୀ 1 ନମ୍ବର ୱାର୍ଡ଼ ନଦୀପଡ଼ାର 55 ବର୍ଷୀୟ କହ୍ନେଇ ସାହୁଙ୍କ ସହ ଅନୀଲ ଗଡତିଆ ନାମକ ଜଣେ ଯୁବକ ପ୍ରଥମେ ଝଗଡ଼ା କରିବା ପରେ ଏକ ଛୁରୀରେ ତଣ୍ଟି କାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପକାଇ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ କହ୍ନେଇଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବରଗଡ଼ ଟାଉନ ଥାନାରେ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି ଗ୍ରାମବାସୀ ।