ଏଥର ସ୍ପୋର୍ଟସ୍ ଗେଟ୍ଅପରେ ଝଟକା ଦେଲେ ନବୀନ | News Room Odisha

ଏଥର ସ୍ପୋର୍ଟସ୍ ଗେଟ୍ଅପରେ ଝଟକା ଦେଲେ ନବୀନ

ଭୁବନେଶ୍ବର: ପୁଣି ଥରେ ଅପପ୍ରଚାରକାରୀ ତଥା ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବରଦସ୍ତ ଝଟକା ଦେଇଛନ୍ତି। ବିଭିନ୍ନ ସମୟରେ ନିଜସ୍ବ ଢଙ୍ଗରେ ବିରୋଧୀଙ୍କୁ ଚକମା ଦେଉଥିବା ନବୀନ ଆଜି ଆଉ ଏକ ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି।

ଆଜି ନବୀନ ହଠାତ୍ ସ୍ପୋର୍ଟସ ଗେଟ୍ଅପରେ କଳିଙ୍ଗ ଷ୍ଟାଡିୟମରେ ପୁରା ଖେଲୁଆଡ ଅନ୍ଦାଜରେ ପହଞ୍ଚି ଓଡ଼ିଶା ମହିଳା ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉପଭୋଗ କରିଛନ୍ତି। ଖେଳାଳିଙ୍କ ଭଳି ଜର୍ସି ଏବଂ ଟ୍ରାକ୍ ପ୍ୟାଣ୍ଟ ପରିଧାନ କରି ନବୀନ ପୁରା ବିନ୍ଦାସ୍ ଅନ୍ଦାଜରେ ଆସି ଷ୍ଟାଡିୟମ ଭିତରେ ବସିଥିଲେ। ଆଉ ଖେଳାଳୀଙ୍କୁ କରତାଳି ଦେଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ସ୍ପୋଟିଭ୍ ଲୁକ୍ ସାଙ୍ଗକୁ କ୍ରୀଡାପ୍ରେମ ସମସ୍ତ ଖେଳାଳୀଙ୍କୁ ଜବରଦସ୍ତ ଉତ୍ସାହିତ କରିଥିଲା। ସେପଟେ ବାରମ୍ବାର ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା ଲୋକଙ୍କୁ ବି ଚାପୁଡାଏ ପଡିଥିବା କୁହାଯାଉଛି। ତିନିଦିନ ତଳେ ଅନୁରୂପ ଭାବେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନରେ ବୀରଦର୍ପରେ ଆସି ବିରୋଧୀଙ୍କୁ ଶାଳିନତାପୂର୍ଣ ଜବାବ ଦେଇଥିଲେ ନବୀନ।