ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ମୁତୟନ ହେବେ ୨୫୭ ପ୍ଲାଟୁନ ଫୋର୍ସ | News Room Odisha

ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ମୁତୟନ ହେବେ ୨୫୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାରେ ୬୪ଟି ବ୍ଲକରେ ଭୋଟ୍ ଗ୍ରହଣ କରାଯିବ । ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ । ୧୭ ହଜାର ୮୯ଟି ବୁଥରେ ଭୋଟ୍ ଗ୍ରହଣ ହେବ । ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି । ମତଦାନ ପାଇଁ ବୁଥ୍ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନିଟି ପର୍ଯ୍ୟାୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟି ଥିଲା ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରା ରାଜ୍ୟରେ ମୁତୟନ ହେବେ ୨୫୭ ପ୍ଲାଟୁନ୍ ଫୋର୍ସ । ପାଟ୍ରୋଲିଂ ପାଇଁ ୧୪୭୩ଟି ମୋବାଇଲ ୟୁନିଟ୍ ଗଠନ କରାଯାଇଛି । ଭୋଟ ବେଳେ ହିଂସା ପାଇଁ ଏ ଯାଏ ୮୨ ଜଣଙ୍କୁ ଗିରଫ, ଯାଜପୁରରୁ ସର୍ବାଧିକ ୪୩ଜଣ, ପୁରୀରୁ ୨୪, ଢେଙ୍କାନାଳରୁ ୯ ଓ ଜଗତସିଂହପୁରରୁ ୬ଜଣଙ୍କୁ ଗିରଫ କରାଯାଇଛି ।