ତପସ୍ଵିନୀଙ୍କୁ ଭରଣପୋଷଣ ବାବଦରେ ୧୭ ବଦଳରେ ୧୦ ହଜାର ଟଙ୍କା ମିଳିବ | News Room Odisha

ତପସ୍ଵିନୀଙ୍କୁ ଭରଣପୋଷଣ ବାବଦରେ ୧୭ ବଦଳରେ ୧୦ ହଜାର ଟଙ୍କା ମିଳିବ

କଟକ- ବହୁଚର୍ଚ୍ଚିତ ତପସ୍ୱିନୀ -ଡାକ୍ତର ସୁମିତ ବିବାଦ ମାମଲାରେ ଅନ୍ତରୀଣ ରାୟ ଦେଇଛନ୍ତି ହାଇକୋର୍ଟ । ଏଣିକି ଭରଣପୋଷଣ ନିମନ୍ତେ ମାସିକ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ତପସ୍ୱିନୀଙ୍କୁ ମିଳିବ। ତପସ୍ୱିନୀଙ୍କ ସ୍ୱାମୀ ତଥା ଡାକ୍ତର ସୁମିତ ଦାସଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା । ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହେଲେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୂ ଘରେ ରହିବେ ବୋଲି କହିଛନ୍ତି କୋର୍ଟ । ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏନେଇ ସୂଚନା ଦେଇଛନ୍ତି।