ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ | News Room Odisha

ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । ବାଲଟ ପେପର ତ୍ରୁଟି ଯୋଗୁ କେନ୍ଦ୍ରାପଡା ଓ ଯାଜପୁରର କିଛି ସ୍ଥାନରେ ମତଦାନ ବାତିଲ ହୋଇଥିବା ସେ କହିଛନ୍ତି ।

ସେଠି ପରବର୍ତ୍ତୀ ସମୟରେ ରିପୋଲିଂ ହେବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବାଧାପ୍ରାପ୍ତ ହୋଇଥିବା ୪୫ ଟି ବୁଥରେ ଆସନ୍ତାକାଲି ମତଦାନ ହେବ । ଏସବୁ ମତଦାନ କେନ୍ଦ୍ରଗୁଡ଼ିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।

ଭୋଟ ସରିବା ପରେ ବାଲଟ ବକ୍ସଗୁଡିକ ବ୍ଲକ ଅଫିସର ଅନ୍ୟ ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯିବ । ତୃତୀୟ ପର୍ଯ୍ୟାୟରେ ୩୦ଟି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି । ସେଠାରେ ଆସନ୍ତା ୨୫ ତାରିଖରେ ପୁନଃ ମତଦାନ ହେବ ।