ଭୋଟ ଦେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ | News Room Odisha

ଭୋଟ ଦେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼: ବରଗଡ଼ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ସୋହେଲା ବ୍ଲକର ସମସ୍ତ ପଞ୍ଚାୟତରେ ମତଦାନ କରୁଛନ୍ତି ଭୋଟର । ସେହିପରି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ନିଜ ଗ୍ରାମ ବାଉଁସେନମୁରା ଠାରେ ଭୋଟ ଦେବା ପରେ ଅନ୍ୟ ପଞ୍ଚାୟତଗୁଡ଼ିକୁ ଯାଇ ବୁଥ ମାନଙ୍କୁ ତଦାରଖ କରିଥିଲେ । ଭୋଟ ଦେବା ମୌଳିକ ଅଧିକାର ହୋଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିବାପାଇଁ ସଭିଙ୍କୁ ମନ୍ତ୍ରୀ ନିବେଦନ କରିଛନ୍ତି ।