ମହାନଦୀ ପୋଲ ଉପରେ ସଡ଼କ ଦୁର୍ଘଟଣା, ବାଇକ, ସ୍କୁଟିକୁ ଧକ୍କା ଦେଲା କାର, ୧ ମୃତ,୨ ଗୁରୁତର | News Room Odisha

ମହାନଦୀ ପୋଲ ଉପରେ ସଡ଼କ ଦୁର୍ଘଟଣା, ବାଇକ, ସ୍କୁଟିକୁ ଧକ୍କା ଦେଲା କାର, ୧ ମୃତ,୨ ଗୁରୁତର

ବୌଦ୍ଧ :ବୌଦ୍ଧ ମହାନଦୀ ପୋଲଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଓ ସ୍କୁଟିକୁ ଧକ୍କା ଦେଲା କାର୍ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ବୌଦ୍ଧପଟରୁ ରେଢାଖୋଲ ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ କାର ( ଓଡି ୦୨ ବିଏନ ୯୮୮୨ ) ଅପର ପାର୍ଶ୍ବରୁ ବୌଦ୍ଧ ଆଡକୁ ଆସୁଥିବା ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ୍ କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଚଳାଉଥିବା ବୁଟୁପାଲିର ମୋତିଲାଲ ଜୋସିରା ( ୨୭ ) ଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସହିତ ଥିବା ବୌଦ୍ଧ ବ୍ରାହ୍ମଣ ସାହିର ଅଭିଷେକ ସାହୁ ଓ ଅନ୍ୟ ଏକ ବାଇକ୍ ରେ ଥିବା ସରସରା ଗ୍ରାମର ରଞ୍ଜନ ନାଏକ ଗୁରୁତର ଆହତ ହୋଇଛନ୍ତି । ଅଭିଷେକ ସାହୁଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କାରର ଚାଳକ ଓ ଯାତ୍ରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନସ ଓ ଅଗ୍ନିଶମ କର୍ମଚାରୀମାନଙ୍କ ସହାୟତାରେ ବୌଦ୍ଧ ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।