ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ନିର୍ବାଚନ କମିଶନଙ୍କୁ ଜଣାଇଲେ | News Room Odisha

ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ନିର୍ବାଚନ କମିଶନଙ୍କୁ ଜଣାଇଲେ

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ନିର୍ବାଚନ ପାଇଁ ବି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଜରିଆରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଲେ ସରକାର ।

୪୮ ପୌର ପରିଷଦ, ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ, ୩ ମହାନଗର ନିଗମ ନିର୍ବାଚନ ପାଇଁ ହେବ ମତଦାନ । ସମ୍ଭବତଃ ଏପ୍ରିଲ ମାସରେ ନିର୍ବାଚନ ହୋଇପାରେ ।