କୋଟିଆକୁ ଷ୍ଟ୍ରବେରି ହବରେ ପରିଣତ ପାଇଁ ଉଦ୍ୟମ ଜାରି | News Room Odisha

କୋଟିଆକୁ ଷ୍ଟ୍ରବେରି ହବରେ ପରିଣତ ପାଇଁ ଉଦ୍ୟମ ଜାରି

ପଟ୍ଟାଙ୍ଗି: କୋଟିଆରେ ଏବେ ଫଳୁଛି ଷ୍ଟ୍ରବେରି | କୋଟିଆରେ ଏବେ ଷ୍ଟ୍ରବେରି ଚାଷକୁ ରାଜ୍ୟ ସରକାର ଏବେ ପ୍ରୋତ୍ସାହନ ଦେଉଛନ୍ତି । ଏଠାକାର ଜଳବାୟୁ ଏହି ଚାଷ ପାଇଁ ବେଶ ଅନୁକୂଳ ହୋଇଛି । ଭିଟାମିନ-ସି ଓ ଆଇରନରେ ଭରପୂର ଷ୍ଟ୍ରବେରି ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । କିନ୍ତୁ ଏବେ କୋଟିଆ ଷ୍ଟ୍ରବେରି ଚାଷର ହବ୍ ହେବାକୁ ଯାଉଛି ।

କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପାଇଁ ଝାଡୁ ଚାଷ, ଗୋ-ପାଳନ ଆଦି ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ପରୀକ୍ଷାମୂଳକ ଭାବେ କୋଟିଆ ପଞ୍ଚାୟତର ଦୋଳିଆମ୍ଭରେ ଆରମ୍ଭ କରାଯାଇଥିଲା ଷ୍ଟ୍ରବେରି ଚାଷ। ଏହି ଚାଷ ନିମନ୍ତେ ଏସଏଚଜି ସଦସ୍ୟାମାନଙ୍କୁ ଚାରା ଠାରୁ ଆରମ୍ଭ କରି ବିଭିନ୍ନ ଖର୍ଚ୍ଚ ଯୋଗାଇ ଦେଇଥିଲା କୋରାପୁଟ ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ଷ୍ଟ୍ରବେରି ଫଳିଥିବା ଦେଖି ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ବହୁ ପରିମାଣରେ ଷ୍ଟ୍ରବେରି ଫଳିଲେ ଅଞ୍ଚଳବାସୀ ରୋଜଗାରକ୍ଷମ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି। କୋଟିଆବାସୀଙ୍କ ପାଇଁ ଷ୍ଟ୍ରବେରି ଏବେ ଅର୍ଥନୈତିକ ସମୃଦ୍ଧିର ବାଟ ଦେଖାଇବ ବୋଲି ଆଶା କରାଯାଉଛି ।

KotiaStrawberry Hub