ପ୍ରସିଦ୍ଧ ଗୋରଖନାଥ ପୀଠ ଆସ୍ଥା ଓ ବିଶ୍ୱାସର ପ୍ରତୀକ | News Room Odisha

ପ୍ରସିଦ୍ଧ ଗୋରଖନାଥ ପୀଠ ଆସ୍ଥା ଓ ବିଶ୍ୱାସର ପ୍ରତୀକ

ଜଗତସିଂହପୁର ଅନ୍ତର୍ଗତ କେରକେରା ଗ୍ରାମର ପ୍ରସିଦ୍ଧ ଠାକୁର ବାବା ଗୋରଖନାଥ। କେବଳ ଜଗତସିଂହପୁର ନୁହେ ସମଗ୍ର ପୁର୍ବ ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ ଭାବେ ପରିଗଣିତ ହୁଏ ଏହି ମନ୍ଦିର। ମନ୍ଦିରରେ ପୁଜା ପାଆନ୍ତି ବାବା ଗୋରଖନାଥ। ମନ୍ଦିରଟି ଶିବଙ୍କୁ ସମର୍ପିତ। ଜନବିଶ୍ୱାସ ଅନୁଯାୟି ନାଥ ସମ୍ପ୍ରଦାୟର ଗୋରଖନାଥକୁ ଅଭିହିତ କରି ମନ୍ଦିରଟିର ସୃଷ୍ଟି। ମନ୍ଦିରରେ ବାବା ଦୀର୍ଘ ଦୁଇଶହ ବର୍ଷ ପୁର୍ବରୁ ପୁଜା ପାଉଛନ୍ତି। ମନ୍ଦିର ତିଆରି ହୋଇ ନଥିବା ବହୁ ପୁର୍ବରୁ ମଧ୍ୟ ବାବା ଏଠାରେ ପୁଜା ପାଇ ଆସୁଛନ୍ତି। ଜଗତସିଂହପୁର ସଦର ମହକୁମାଠୁ ପ୍ରାୟ ୧୨କିମି ଦୁରରେ ଏହି ମନ୍ଦିରର ଅବସ୍ତିତି।

ଲୋକକଥା ଅନୁଯାୟି ବାବାଙ୍କ ପିଠର ମହିମା ଅନେକ। ଖାସ କରି ସର୍ପାଘାତରେ ପୀଡ଼ିତ ବ୍ୟକ୍ତିବିଶେଷ ମାନେ ବାବାଙ୍କ ଉପରେ ପ୍ରଗାଢ ବିଶ୍ୱାସ। କୁହାଯାଏ ଡାକ୍ତରଖାନାରୁ ଫେରି ଆସିଥିବା ପୀଡ଼ିତ ବ୍ୟକ୍ତିର ଏଠାରେ ସତିଆ ହୂକୁମରେ ବିଷ ହରଣ ହୋଇଯାଏ। ସର୍ପାଘାତ ପାଇଥିବା ବ୍ୟକ୍ତି ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରିରେ ଗୋଡଧୋଇ ଆସି ବାବାଙ୍କ ପାଖରେ ଅଧିଆ ପଡନ୍ତି। ଅଧିଆ ପଡିବାର କିଛି ସମୟ ପରେ ବାବାଙ୍କ ପଛରେ ଥିବା ବଡ଼ ଝିଟିପିଟି ସତିଆ ଡାକ ଦେବାପରେ ହୁକୁମ କାମକରେ ଓ ବିଷ ହରଣ ହୁଏ। ସତିଆ ଡାକ ପରେ ପିଡିତଙ୍କୁ ବାବାଙ୍କ ବିଭୁତି ଦିଆଯାଇଥାଏ। ଏହାଦ୍ୱାରା ସର୍ପର ସମସ୍ତ ବିଷ ହରଣ ହୋଇଯାଏ ବୋଲି ଅନେକପ୍ରମାଣ ରହିଛି। ଠିକ ସେହିପରି ମନ୍ଦିରର ପ୍ରାଙ୍ଗଣରେ ଥିବା ବଟବୃକ୍ଷରେ ଡୋରି ବାନ୍ଧିବାଦ୍ୱାରା ସନ୍ତାନ ସନ୍ତତି ହେଉନଥିବା ମହିଳାମାନଙ୍କ ସନ୍ତାନ ପ୍ରାପ୍ତି ହେବା ସହ ମନୋବାଞ୍ଚ୍ଛା ମଧ୍ୟ ପୁରଣ ହୋଇଥାଏ। ବାବାଙ୍କର ଐଳେହି ମହିମା ପାଇଁ ପାଖ ଜିଲ୍ଲା ତଥା ରଜ୍ୟ ବାହାରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତ।

ଗୋରେଖନାଥଙ୍କ ପିଠରେ ମହାଶିବରାତ୍ରି ଓ ମାଘମାସ ଅଗ୍ନି ଉତ୍ସବ ବହୁ ଧୁମଧାମରେ ପାଳନ ହୁଏ। ଏହାଛଡା ବବାଙ୍କ ପିଠରେ ବିବାହ, ବ୍ରତ ଓ ଚୁଡାକରଣ(ଚୁଟି/ଚୁଳ ପକା) ପ୍ରାୟ ସବୁ ସମୟରେ ଚାଲିଥାଏ।