୨୫୩ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ବିଜେଡି ୨୧୨ଟି ଜୋନରେ ଆଗୁଆ | News Room Odisha

୨୫୩ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ବିଜେଡି ୨୧୨ଟି ଜୋନରେ ଆଗୁଆ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସୁଦ୍ଧା ୨୫୩ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ ମିଳିଛି। ବିଜେଡି ୨୧୨ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି। ବି‌ଜେପି ଦ୍ବିତୀୟ ସ୍ଥାନରେ ରହିଛି। ବିଜେପି ମାତ୍ର ୨୬ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି । କଂଗ୍ରେସ ୧୧ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାଯାଇଛି। ଅନ୍ୟମାନେ ୪ଟି ଜୋନରେ ଆଗୁଆ ରହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ୧ନଂ ଜୋନରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ସେପଟେ, ପ୍ରଥମ ରାଉଣ୍ଡ ସୁ୍ଦ୍ଧା କେନ୍ଦୁଝର ସଦରରେ ବିଜେଡି ଆଗୁଆ ରହିଛି । ୪ନଂ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ଘଟଗାଁ ବ୍ଲକର ୭ନଂ ଜୋନରେ ବିଜେଡି, ଆନନ୍ଦପୁରର ୧ନଂ ଜୋନରେ ବିଜେଡି, ଘଷିପୁରାର ୧୦ନଂ ଜୋନରେ ବିଜେଡି, ଗଞ୍ଜାମ ସୋରଡାର ୬୩ନଂ ଜୋନରେ ବିଜେଡି, ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ୧୬ନଂ ଜୋନରେ ବିଜେଡି, ଖଣ୍ଡପଡ଼ାର ୧୨ନଂ ଜୋନରେ ବିଜେପି , ନୂଆଗାଁ ବ୍ଲକର ୧୬ନଂ ଜୋନରେ ବିଜେଡି ଆଗୁଆ ରହିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡାର ୫ନଂ ଜୋନରେ ସିପିଏମ୍ ପ୍ରାର୍ଥୀ ଆଗୁଆ ରହିଛନ୍ତି। କଳାହାଣ୍ଡି କେସିଙ୍ଗାର ୧ନଂ ଜୋନରେ ବିଜେଡି ଆଗୁଆ ରହିଛି।