ଗଞ୍ଜାମ ଜିଲ୍ଲାରେ ବିଜେଡି ୧୫ ଆସନରେ ଆଗୁଆ | News Room Odisha

ଗଞ୍ଜାମ ଜିଲ୍ଲାରେ ବିଜେଡି ୧୫ ଆସନରେ ଆଗୁଆ

ଭୁବନେଶ୍ୱର-ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି । ସଦ୍ୟତମ ଟ୍ରେଣ୍ଡ ଅନୁସାରେ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡ଼ି ୧୫ ଆସନରେ ଆଗୁଆ ଅଛି । ବିଜେପି ୨ଟି ଆସନରେ ଆଗୁଆ ରହିଛି ।

ଧରାକୋଟ ୨୯ ନମ୍ବର ଜୋନ୍‌ରେ ବିଜେଡି ଆଗୁଆ ରହିଛି ।
କବିସୂର୍ଯ୍ୟନଗର ବ୍ଲକ ୫ ନମ୍ବର ଜୋନ୍‌ରେ ବିଜେଡି ଆଗୁଆ ରହିଛି ।
ଜଗନ୍ନାଥପୁର ୨୨ ନମ୍ବର ଜୋନ୍‌ରେ ବିଜେଡି ଆଗୁଆ ରହିଥିବା ବେଳେ ପୋଲସରା ୩୮ ନମ୍ବର ଜୋନ୍‌ରେ ବିଜେପି ଆଗୁଆ ରହିଛି ।