ଏକତରଫା ବିଜୟ ଆଡ଼କୁ ବିଜେଡି | News Room Odisha

ଏକତରଫା ବିଜୟ ଆଡ଼କୁ ବିଜେଡି

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ଆଜି ୩୧୫ ଜିଲ୍ଲା ପରିଷଦ ଆସନରେ ଚାଲିଥିବା ଗଣତିର ଧାରାରୁ ଯାହା ଜଣାପଡୁଛି ବିଜେଡି ଏକତରଫା ବିଜୟ ହାସଲ କରିବ । ୩୧୫ ଆସନରୁ ବିଜେଡି ୨୭୩ରେ ଆଗୁଆ ରହିଛି । ବିରୋଧୀ ବହୁ ପଛରେ ରହିଛନ୍ତି । ବିଜେପି ୧୯ ଓ କଂଗ୍ରେସ ୧୬ ଆସନରେ ଆଗୁଆ ଅଛନ୍ତି । ସ୍ୱାଧୀନ ଓ ଅନ୍ୟାନ୍ୟ ୭ଟି ଆସନରେ ଆଗୁଆ ରହିଛନ୍ତି ।