ବିଜେପିର ନକାରାତ୍ମକ ରାଜନୀତି ପ୍ରତ୍ୟାଖ୍ୟାତ, ଏଥର ପଶ୍ଚିମରେ ଉଡିବ ବିଜେଡି ବୈଜୟନ୍ତୀ | News Room Odisha

ବିଜେପିର ନକାରାତ୍ମକ ରାଜନୀତି ପ୍ରତ୍ୟାଖ୍ୟାତ, ଏଥର ପଶ୍ଚିମରେ ଉଡିବ ବିଜେଡି ବୈଜୟନ୍ତୀ

ଭୁବନେଶ୍ୱର – ପଞ୍ଚାୟତ ନିର୍ବାଚନ ରେ ଏଥର ପଶ୍ଚିମ ଓଡ଼ିଶାରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ବିଜେଡି ଏଥର ଲୋକଙ୍କ ଆସ୍ଥା ଭାଜନ ହେବାରେ ସଫଳ ହୋଇଛି । ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରେ ଏଥର ଶଙ୍ଖ ମଜବୁତ ହୋଇଛି ।୨୦୧୭ ନିର୍ବାଚନରେ ୬ ଜିଲ୍ଲା- ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର ଓ ଦେବଗଡ଼ରେ ବିଜେପି ଜିଲ୍ଲା ପରିଷଦ ଗଠନ କରିଥିଲା। ବିଜେଡିକୁ ବୌଦ୍ଧ ଓ ନୂଆପଡ଼ା ଭଳି ଦୁଇଟି ଛୋଟ ଜିଲ୍ଲାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କଂଗ୍ରେସ କେବଳ ଝାରସୁଗୁଡ଼ାରେ ସୀମିତ ରହିଥିଲା। କିନ୍ତୁ ଏଥର ସ୍ଥିତି ସଂପୂର୍ଣ୍ଣ ବଦଳିଛି । ବିଜେଡିକୁ ଏଥର ବିପୁଳ ଜନସମର୍ଥନ ମିଳିଛି, ଯାହା ବିଜେପି ପାଇଁ ଚିନ୍ତାର ବିଷୟ ‌। ବିଜେପିର ପ୍ରସଙ୍ଗ ବିହୀନ ନକାରାତ୍ମକ ରାଜନୀତି ଦଳକୁ କ୍ଷତି ପହଞ୍ଚାଇଛି ବୋଲି ରାଜନୈତିକ ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି ।