ମହିଳା ପ୍ରୋଲିଗ ହକିରେ ସ୍ପେନକୁ ହରାଇଲା ଭାରତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ମହିଳା ପ୍ରୋଲିଗ ହକିରେ ସ୍ପେନକୁ ହରାଇଲା ଭାରତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ପ୍ରୋଲିଗ୍ ହକିରେ ଭାରତ ସ୍ପେନକୁ ହରାଇଛି । ଭାରତ ୨-୧ ଗୋଲରେ ବିଜୟୀ ହୋଇଛି । ଭାରତ ପକ୍ଷରୁ ଜ୍ୟୋତି ଓ ନେହା ଗୋଲ ସ୍କୋର କରିଥିଲେ । ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପରବର୍ତ୍ତୀ ମ୍ୟାଚ ଗୁଡ଼ିକ ପାଇଁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।