ମହାଶିବରାତ୍ରୀ ପାଇଁ ଆସିଲା ଗାଇଡଲାଇନ | News Room Odisha

ମହାଶିବରାତ୍ରୀ ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର – ମାର୍ଚ୍ଚ ପହିଲାରେ ମହାଶିବରାତ୍ରି ପାଇଁ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରିଛନ୍ତି |ମାର୍ଗଦର୍ଶିକାରେ କୁହାଯାଇଛି ଯେ ମନ୍ଦିରରେ ଭକ୍ତଙ୍କ ଗହଳି ଉପରେ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିଶନର ନଜର ରଖିବେ |

ମନ୍ଦିର ଭିତରେ ଯେଭଳି ଅଯଥା ଭିଡ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ମନ୍ଦିର ବାହାରେ କୌଣସି ମେଳା ସହ ଯେଭଳି ବହୁ ସଂଖ୍ୟାରେ ଲୋକ ଗହଳି ନ କରିବେ ସେ ବାବଦରେ ପଦକ୍ଷେପ ନେବେ | ସେହିପରି ମନ୍ଦିରକୁ ଆସୁଥିବା ଭକ୍ତ ଯେଭଳି ମାସ୍କ ପିନ୍ଧିବା ସହ ହାତ ଧୋଇବେ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି |