ଆଜି ୩୦୭ ଜିଲ୍ଲା ପରିଷଦ ଆସନରେ ଗଣତି | News Room Odisha

ଆଜି ୩୦୭ ଜିଲ୍ଲା ପରିଷଦ ଆସନରେ ଗଣତି

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନରେ ୩୦୭ଟି ଜିଲ୍ଲା ପରିଷଦ ଆସନର ଫଳାଫଳ ଗଣତି କରାଯିବ। ସକାଳ ୮ରୁ ଗଣତି ଆରମ୍ଭ ହେବ । ଗତକାଲି ୩୧୫ଟି ଜିଲ୍ଲା ପରିଷଦ ଆସନରେ ଗଣତି ହୋଇଛି । ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇ ନ ଥିଲେ ବି ଏଥର ବିଜେଡି ବୃହତ ବିଜୟ ଆଡ଼କୁ ଅଗ୍ରସର ‌ହେବା ଗଣତି ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ୩୧୫ ଆସନରେ ହୋଇଥିବା ଗଣତିରେ ବିଜେଡି ୨୮୦ ଆସନରେ ଆଗୁଆ ରହିଛି । କଂଗ୍ରେସ ୧୬ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୧୪ ଆସନରେ ଆଗୁଆ ରହିଛି ।