ଖୋର୍ଦ୍ଧାରେ ବିଜେଡିର ବାଜିମାତ, ୧୦ ଟି ଜିଲ୍ଲା ପରିଷଦରୁ ୯ଟିରେ ବିଜୟୀ | News Room Odisha

ଖୋର୍ଦ୍ଧାରେ ବିଜେଡିର ବାଜିମାତ, ୧୦ ଟି ଜିଲ୍ଲା ପରିଷଦରୁ ୯ଟିରେ ବିଜୟୀ

ଭୁବନେଶ୍ୱର – ଖୋର୍ଦ୍ଧା ଜିଲ୍ଲାର ୧୦ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୯ଟି ଜୋନରେ ବାଜି ମାରିଛି ବିଜେଡି । ଗୋଟିଏ ଜୋନରେ ବିଜେପି ଜିତିଛି । କଂଗ୍ରେସ ନିରାଶ ହୋଇଛି ।

ଖୋର୍ଦ୍ଧା ଜୋନ୍‌-୧ରେ ବିଜେଡିର ପ୍ରଫୁଲ୍ଲ କୁମାର ଦଳେଇ, ଚିଲିକା ଜୋନ୍‌-୪ରେ ବଜେଡିର ମମତା ପାଇକରାୟ, ଜଟଣୀ ଜୋନ୍‌-୭ରେ ବିଜେଡିର ମୋହିନୀ ନାୟକ, ଟାଙ୍ଗି ଜୋନ୍‌-୯ରେ ବିଜେଡିର ମିତାଞ୍ଜଳି ବଳିଆରସିଂ, ବାଲିଅନ୍ତା ଜୋନ୍‌-୧୬ରେ ବିଜେଡିର ମହେଶ୍ବର ଦାସ ବିଜୟୀ ।

ବାଲିପାଟଣା ଜୋନ୍‌-୧୯ରେ ବିଜେଡିର ଗଙ୍ଗାଧର ମଲ୍ଲିକ, ବେଗୁନିଆ ଜୋନ୍‌-୨୨ରେ ବିଜେଡିର ପ୍ରକାଶ ଚନ୍ଦ୍ର ସାହୁ, ବୋଲଗଡ଼ ଜୋନ୍‌-୨୫ରେ ବିଜେଡିର ସୁନନ୍ଦିତା ସାହୁ,
ଭୁବନେଶ୍ବର ଜୋନ୍‌-୨୮ରେ ବିଜେଡିର ପ୍ରଭାତ ପରିଡ଼ା ଓ ବାଣପୁର ଜୋନ୍‌-୧୩ରେ #ବିଜେପିର ଟିକି ଶବର ବିଜୟୀ ହୋଇଛନ୍ତି ।