ଘୁଲିପାଲି ଛକରେ ଦୁର୍ଘଟଣା , ୨ ଶିଶୁ ସମେତ ୫ ଆହତ | News Room Odisha

ଘୁଲିପାଲି ଛକରେ ଦୁର୍ଘଟଣା , ୨ ଶିଶୁ ସମେତ ୫ ଆହତ

ବରଗଡ଼: ବରଗଡ଼ ଘୁଲିପାଲି ଛକରେ ରାତ୍ରରେ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ ଶିଶୁ ସମେତ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨ ଜଣ ଅତି ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି । କାମ ସାରି ଘରକୁ ରିକ୍ସାରେ ଫେରୁଥିବା ବେଳେ ଘୁଲିପାଲି ଛକରେ କାର ଧକ୍କା ଦେଇ ଫେରାର ମାରିଥିଲା । ପୁଲିସ ତଦନ୍ତ ଆରମ୍ଭ କରିଛି ।