୪ ଜିଲ୍ଲାରେ ସବୁ ଜିଲ୍ଲା ପରିଷଦ ଆସନ ପୋଛିନେଲା ବିଜେଡି | News Room Odisha

୪ ଜିଲ୍ଲାରେ ସବୁ ଜିଲ୍ଲା ପରିଷଦ ଆସନ ପୋଛିନେଲା ବିଜେଡି

ଭୁବନେଶ୍ୱର -ପଞ୍ଚାୟତ ନିର୍ବାଚନରେ ବିଜେଡିର ରେକର୍ଡ ବ୍ରେକିଂ ସଫଳତା ଜାରି ରହିଛି । ୨୦୧୨ ନିର୍ବାଚନରେ ବିଜେଡି ୬୫୧ ଜିଲ୍ଲା ପରିଷଦ ଆସନରେ କବଜା କରିଥିଲା ବିଜେଡି । ଏଥର ନିଜର ହିଁ ରେକର୍ଡ ଭଙ୍ଗ କରିବାକୁ ଯାଉଛି ବିଜେଡି । ଏଥର
୪ଟି ଜିଲ୍ଲାରେ ସମସ୍ତ ଆସନ ପୋଛିନେଇଛି ବିଜେଡି ।
ବରଗଡ଼ ଜିଲ୍ଲାରେ ୨୮ରୁ ୨୮, ଦେବଗଡ଼ରେ ୭ରୁ୭, ଝାରସୁଗୁଡାରେ ୯ରୁ ଓ ଯାଜପୁର ଜିଲ୍ଲାରେ ୩୯ରୁ ୩୯ ଆସନ ପୋଛି ନେଇଛି ଶାସକ ଦଳ । ବିଜେପି ୧୦ଟି ଜିଲ୍ଲାରେ ଖାତା ଖୋଲିପାରିନାହିଁ । କଂଗ୍ରେସ ୧୮ଟି ଜିଲ୍ଲାରେ ଖାତା ଖୋଲିପାରିନି ।