ଶିବରାତ୍ରିରେ ନିଷ୍ଠା ପକ୍ଷରୁ ରକ୍ତଦାନ ଶିବିର | News Room Odisha

ଶିବରାତ୍ରିରେ ନିଷ୍ଠା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼: ବରଗଡ଼ ଗାଇସୀମା ବରାଡ଼ ବାଲୁଙ୍କେଶ୍ୱର ପୀଠ ଠାରେ ପବିତ୍ର ମହା ଶିବରାତ୍ରି ଅବସରରେ ନିଷ୍ଠା ପରିବାର ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର କୁ ବରଗଡ ସଦର ଆଇଆଇସି ସ୍ଵପ୍ନାରାଣୀ ଗୋଚ୍ଛାୟତ ଓ ଗାଇସୀମା ଆୟୁର୍ବେଦିକ ଡାକ୍ତର ଅଜିତ ଦରଜି ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ । ଏହି ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ମୋଟ ୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।