ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କବିତା କ୍ରିଷ୍ଣାମୂର୍ତ୍ତି ଓ ଏଲ୍ ସୁବ୍ରମଣ୍ୟମ | News Room Odisha

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କବିତା କ୍ରିଷ୍ଣାମୂର୍ତ୍ତି ଓ ଏଲ୍ ସୁବ୍ରମଣ୍ୟମ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ତାଙ୍କ ସଂଗୀତଜ୍ଞ ପତି ପଦ୍ମବିଭୂଷଣପ୍ରାପ୍ତ ଏଲ. ସୁବ୍ରମଣ୍ୟମ୍ । ନବୀନ ନିବାସରେ ଦୁଇ କଳାକାର ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ମଙ୍ଗଳବାର ପ୍ରଭୁ ଲିଙ୍ଗରାଜଙ୍କ ଭଜନ ସମାରୋହ କାର୍ଯ୍ୟକ୍ରମ ଯୋଗ ଦେବାକୁ ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଏହି ଦୁଇ ପ୍ରସିଦ୍ଧ କଳାକାର। ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିୟାନ ଉପସ୍ଥିତ ଥିଲେ ।

କବିତା କ୍ରିଷ୍ଣାମୂର୍ତ୍ତୀ ଦେଶର ଜଣେ ପରିଚିତ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ଏଲ. ସୁବ୍ରମଣ୍ୟମ୍ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଓଲିନ ବାଦକ ।

ମହାଶିବରାତ୍ରୀ ଅବସରରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଜାତୀୟସ୍ତରୀୟ ଭଜନ ସମାରୋହ ଆୟୋଜିତ ହୋଇଥିଲା । ଉଭୟ ଖ୍ୟାତିନାମା କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତ୍ତି ଏବଂ ଏଲ ସୁବ୍ରମଣ୍ୟମ ସମାରୋହରେ ଯୋଗ ଦେଇଥିଲେ ।