ଚାଇଲ୍ଡ ଲାଇନ ତରଫରୁ ସଚେତନତା ଶିବିର | News Room Odisha

ଚାଇଲ୍ଡ ଲାଇନ ତରଫରୁ ସଚେତନତା ଶିବିର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ଼ ଲାଇନ ତରଫରୁ ଆଜି ବିନିକା ବ୍ଲକ ମହାଦେବପାଲି ସନସାମୁରା ଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଶିଶୁ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଶୁ ମାନଙ୍କ ଅସୁବିଧା ସମୟରେ 1098 ର କିପରି ବ୍ୟବହାର କରାଯାଏ ତାହାକୁ ଉପସ୍ଥାପନ କରାଯିବା ସହ ବାଲ୍ୟବିବାହ ନିରାକରଣ ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଚାଇଲଡ଼ ଲାଇନ ପ୍ରତିନିଧି ଆଷିଶ କୁମାର ନାୟକ , ରୋଜି ସା , ପ୍ରମୋଦ କୁମାର ମଲ୍ଲିକ , ପ୍ରଭାମାୟୀ ବେହେରା , ତୃପ୍ତିମୟୀ ପଧାନ , ଆନନ୍ଦିନୀ ଷାନୁ , ଉତ୍ସବ ବାଘ , ଗାୟତ୍ରୀ ବହିଦାର , ସୁଦାମ ଗାଇଗରିଆ ଯୋଗଦେଇଥିଲେ ।