ଟିକସ ଫାଙ୍କି ଅଭିଯୋଗରେ ୧୪ ଜିଲ୍ଲାରେ ଜିଏସଟି ଚଢ଼ାଉ | News Room Odisha

ଟିକସ ଫାଙ୍କି ଅଭିଯୋଗରେ ୧୪ ଜିଲ୍ଲାରେ ଜିଏସଟି ଚଢ଼ାଉ

ଭୁବନେଶ୍ୱର- ଟିକସ୍ ଫାଙ୍କି ଅଭିଯୋଗରେ ରାଜ୍ୟର ୧୪ ଜିଲ୍ଲାର ୩୦ଟି ସ୍ଥାନରେ ଜିଏସ୍‌ଟି ବିଭାଗ ଚଢଉ କରିଛି। ଚଢ଼ଉରେ ୧୩୦ ଟିମ୍‌ ସାମିଲ ଥିଲେ। କଟକ, ଖୋର୍ଦ୍ଧା , ଭଦ୍ରକ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର, ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼ ର ପ୍ରମୁଖ ସ୍ଥାନରେ ଜିଏସଟି ଚଢ଼ଉ କରିଥିଲା। ବିଭିନ୍ନ ପାନମସଲା ଗୋଦାମ ସମେତ ପାନମସଲା ତିଆରି କାରଖାନାରେ ଏହି ଚଢଉ ହୋଇଛି। ଚଢ଼ଉ ସମୟରେ ଟିକସ୍‌ ଫାଙ୍କି ସଂପର୍କିତ ଅନେକ କାଗଜପତ୍ର ଜବତ କରିଛି ଜିଏସ୍‌ଟି ବିଭାଗ। କେତେକ ସ୍ଥାନରେ କାଗଜଗୁଡ଼ିକୁ ଜାଳିଦେବା ଲାଗି ଉଦ୍ୟମ ହୋଉଥିବା ବେଳେ ଜିଏସ୍‌ଟି ୱିଙ୍ଗ ଜବତ କରିଛି। ଯାଞ୍ଚରୁ ଜଣାପଡିଛି, ଗୋଦାମ ମାଲିକମାନେ କମ୍‌ ପରିମାଣର ଅର୍ଥ ଦେଖାଇ ଅଧିକ ପରିମାଣର ପାନମସଲା ଗଚ୍ଛିତ ରଖିଛନ୍ତି।