ୟୁକ୍ରେନରୁ ଓଡ଼ିଆଙ୍କୁ ଆଣିବ ପାଇଁ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ କଲେ ରାଜ୍ୟ ସରକାର | News Room Odisha

ୟୁକ୍ରେନରୁ ଓଡ଼ିଆଙ୍କୁ ଆଣିବ ପାଇଁ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ୟୁକ୍ରେନର ପଡ଼ୋଶୀ ଦେଶରୁ ଓଡ଼ିଆଙ୍କୁ ଆଣିବାକୁ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।
ପୋଲାଣ୍ଡ ପାଇଁ କିଟ୍ ଉପସଭାପତି ବିକ୍ରମାଦିତ୍ୟ, ହଙ୍ଗେରୀ ପାଇଁ ଆରୁସି ରାୟ, ବରିଷ୍ଠ ଟିଡିପିଏସ ଅଫିସର,
ରୋମାନିଆ ପାଇଁ ବୈଶାଳୀ ମହାନ୍ତି, ୟୁଏନ୍ ପଲିସି ଅଫିସର, ରୋମ୍ ,ସ୍ଲୋଭାକିଆ ପାଇଁ ଅନୁରାଗ ପଟ୍ଟନାୟକ, କନସଲଟାଣ୍ଟ ଭାବେ ନିଯୁକ୍ତ ହୋଇଛନ୍ତି ।

ନୋଡାଲ ଅଫିସର ଭାବେ କାମ କରିବେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ।ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସମସ୍ତ ଖର୍ଚ୍ଚ ବହନ ହେବ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।