ରସିକିଆ ନକଲି ଡାକ୍ତରକୁ ପୁଣି ପୋଲିସ ରିମାଣ୍ଡ, ହୋଇପାରେ ପଲିଗ୍ରାଫ ଟେଷ୍ଟ | News Room Odisha

ରସିକିଆ ନକଲି ଡାକ୍ତରକୁ ପୁଣି ପୋଲିସ ରିମାଣ୍ଡ, ହୋଇପାରେ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ବର – ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ପୁଣି ଥରେ ୫ ଦିନିଆ ପୋଲିସ ରିମାଣ୍ଡରେ ଯାଇଛି । ଝାରପଡା ଜେଲରୁ ରମେଶକୁ ରିମାଣ୍ଡରେ ନେଇଛି ମହିଳା ଥାନା ପୋଲିସ । ଏହି ୫ ଦିନିଆ ରିମାଣ୍ଡ ସମୟରେ ପୁଲିସ ରମେଶର ଆର୍ଥିକ କାରବାର ନେଇ ଖୋଳତାଡ଼ କରିବ । ରିମାଣ୍ଡ ସମୟରେ ରମେଶର ପଲିଗ୍ରାଫ ଟେଷ୍ଟ ବି ହେବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ସମୟରେ ରମେଶର ଭଉଣୀକୁ ବି ରିମାଣ୍ଡରେ ନେଇପାରେ ପୋଲିସ। ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୫ ଦିନ ପାଇଁ ଅନୁମତି ଦେଇଛନ୍ତି।