ନାମାଙ୍କନ ଦାଖଲ କଲେ ବରିଷ୍ଠ ନାଗରିକ | News Room Odisha

ନାମାଙ୍କନ ଦାଖଲ କଲେ ବରିଷ୍ଠ ନାଗରିକ

ବୌଦ୍ଧ: ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବରିଷ୍ଠ ନାଗରିକ । ବୁଧବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ଦିନରେ ବୌଦ୍ଧରେ ଅଧ୍ୟକ୍ଷ ପଦ ପାଇଁ ୬ସେଟ ଏବଂ କାଉନସିଲର ପଦବୀ ପାଇଁ ୩ ସେଟ ନାମାଙ୍କନ ପତ୍ର ବିକ୍ରି ହୋଇଛି । ୧୭ଟି ଓ୍ବାର୍ଡକୁ ନେଇ ଗଠିତ ବୌଦ୍ଧ ଗଡ ଏନଏସିର ଅଧ୍ୟକ୍ଷ ପଦ ପାଇଁ କୋଡିଏରୁ ଉର୍ଦ୍ଧ୍ବ ବିଭିନ୍ନ ଦଳର ଆଶାୟୀ ରହିଛନ୍ତି । ତେବେ ପ୍ରଥମ ବ୍ୟକ୍ତି ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ନାଗରିକ ତଥା ଆଇନଜୀବୀ ଦେଶବନ୍ଧୁ ପଣ୍ଡା । ଦେଶବନ୍ଧୁଙ୍କ ପିତା ଓ ଜେଜେବାପା ଜିଲ୍ଲାର ଜଣାଶୁଣା ସ୍ବାଧୀନତା ସଂଗ୍ରାମୀ ହୋଇଥିବା ବେଳେ ୭୦ ବର୍ଷ ବୟସରେ ମଧ୍ୟ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି । ସ୍ବାଧୀନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରି ସେ ନିର୍ବାଚନକୁ ନେଇ ଅତ୍ୟନ୍ତ ଉତ୍ସାହିତ ଥିବା କହିଛନ୍ତି ।