ଫେଲେରିଆ ନିରାକରଣ କାର୍ଯ୍ୟକ୍ରମ | News Room Odisha

ଫେଲେରିଆ ନିରାକରଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ସଭାଗୃହ ଠାରେ ଆଜି ବିନିକା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଫେଲେରିଆ ନିରାକରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଡବ୍ଲ୍ୟୁଏଚଓ ଏକ୍ସଟ୍ରନାଲ ମନିଟର ଚିନ୍ମୟ ହୋତା , ପିଏଚଇଓ ଅମିତା ଚାନ୍ଦ , ବିପିଓ ନାରାୟଣ ମେହେର ଯୋଗଦେଇ ଏହାର ଉପକାରିତା ଉପରେ ଉପସ୍ଥିତ ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ ପରାମର୍ଶ ଦେଇ ତାଲିମ ପ୍ରଦାନ କରିଥିଲେ ।