ନବ ଜନ୍ମିତ ଶିଶୁକନ୍ୟାକୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ | News Room Odisha

ନବ ଜନ୍ମିତ ଶିଶୁକନ୍ୟାକୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ତେତେଲଖୁଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ନିଜ ଜନ୍ମ କଲା ଦୁଇ ମାସର ଶିଶୁକନ୍ୟାକୁ କୀଟନାଶକ ଦେଇ ମୃତ୍ୟୁମୁଖକୁ ଠେଲି ଦେଇ କଠୋରତାର ପରିଚୟ ଦେଖିଛି ମାଆ । ଏହା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି ମାଆ ।

ସୂଚନା ମତେ, ତେତେଲଖୁଲ ଗାଁର କୁନ୍ତି କମ୍ପ ଗତକାଲି କୌଣସି ଏକ କାରଣରୁ ଶିଶୁକନ୍ୟାକୁ ନେଇ ପୁଇଁତଲା ଥାନା ଅନ୍ତର୍ଗତ ଚାରପାଲି ଗାଁରେ ଥିବା ଶାଶୁଘରୁ ନିଜ ବାପାଙ୍କ ଘରକୁ ଚାଲି ଆସିଥିଲେ । ବାପଘରକୁ ଆସିବା ପରେ ଶିଶୁକନ୍ୟାକୁ କୀଟନାଶକ ଦେବା ସହିତ ନିଜେ ମଧ୍ୟ କୀଟନାଶକ ପିଇ ଦେଇଥିଲେ । ତେବେ ପରିବାର ଲୋକେ ଏହି ଘଟଣା ଜାଣିବା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଶିଶୁଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ମାଆର ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି। ଏହି ଘଟଣାରେ ସଦର ଟାଉନ ଥାନାରେ ଏକ ମାମଲା ରୁଜୁ ହେବାସହ ପୋଲିସ ତଦନ୍ତ ଜାରି ରଖିଛି।