ରାଜ୍ୟରେ ଆଉ ୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫ ଜଣ ଆକ୍ରାନ୍ତ ଚି‌ହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୧୦ , ଭଦ୍ରକ ଜିଲ୍ଲାରୁ ୨ , ବଲାଙ୍ଗୀରରୁ ୧, କଟକରୁ ୨, ଦେବଗଡ଼ରୁ ୧ , ଗଜପତିରୁ ୨୦, ଗଞ୍ଜାମରୁ ୧ , ଜଗତସିଂହପୁରରୁ ୧, ଯାଜପୁରରୁ ୧ , ଝାରସୁଗୁଡ଼ାରୁ ୯ , କେନ୍ଦ୍ରାପଡ଼ାରୁ ୮ , ଖୋର୍ଦ୍ଧାରୁ ୧୪, କୋରାପୁଟରୁ ୨ , ମାଲକାନଗିରିରୁ ୧ , ମୟୂରଭଞ୍ଜରୁ ୮ , ପୁରୀରୁ ୨ , ସମ୍ୱଲପୁରରୁ ୧୮ , ସୁନ୍ଦରଗଡ଼ରୁ ୨୫ ଓ ଷ୍ଟେଟ ପୁଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୨, ୮୫, ୮୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୭୫, ୨୨୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧, ୫୦୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

COVID-19Odisha