ରାଜ୍ୟରେ ଆଉ ୧୨୦ କୋରୋନା ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୧୨୦ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରେ ୨୬ ଜଣ ୧୮ ବର୍ଷରୁ କମ୍ ବୟସ୍କ ରହିଛନ୍ତି । ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୧୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ, ବଲାଙ୍ଗୀରରୁ ୨ ଜଣ, କଟକରୁ ୧ ଜଣ, ଦେବଗଡ଼ରୁ ୧ ଜଣ, ଗଜପତିରୁ ୧୫, ଗଞ୍ଜାମରୁ ୧ ଜଣ, ଜଗତସିଂହପୁରରୁ ୧ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, ଖୋର୍ଦ୍ଧାରୁ ୧୦ ଜଣ, କୋରାପୁଟରୁ ୪ ଜଣ, ମୟୂରଭଞ୍ଜରୁ ୫ ଜଣ, ନବରଙ୍ଗପୁରରୁ ୪ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୧ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୨୩ ଜଣ, ସୁନ୍ଦରଗଡ଼ରୁ ୪ ଜଣ ଓ ଷ୍ଟେଟ ପୁଲରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୨, ୮୬, ୦୦୯କୁ ବୃଦ୍ଧି ପାଇଛି । ୧୨, ୭୫, ୫୪୨ ଜଣ ସୁସ୍ଥ ହୋଇଥିବା ବେଳେ ୧, ୩୧୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।