ଆଜି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ | News Room Odisha

ଆଜି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ

ଭୁବନେଶ୍ୱର- ଆଜି ରାଜ୍ୟର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ପାଇଁ ହେବ ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ପଞ୍ଚାୟତର ଅଧ୍ୟକ୍ଷଙ୍କୁ ବାଛିବେ। ଏନେଇ ପୂର୍ବରୁ ଘୋଷଣା ହୋଇଥିବା ସମୟରେ ବ୍ଲକ କାର୍ଯ୍ୟାଳୟରେ ନିର୍ବାଚନ ହେବ।

ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏଁ ପ୍ରାର୍ଥୀ ପତ୍ର ଦାଖଲ ହେବ। ଏହାର ଘଣ୍ଟାଏ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ଦିନ ଗୋଟାଏ ଭିତରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହୋଇ ନିର୍ବାଚନ ହେବ।

ରାଜ୍ୟର ୬ ହଜାରରୁ ଅଧିକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ ହେବ । ୨୩ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ।