ସରିଲା ନାମାଙ୍କନ : ଶେଷ ଦିନରେ ତିନି ମହାନଗରର ମେୟର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ | News Room Odisha

ସରିଲା ନାମାଙ୍କନ : ଶେଷ ଦିନରେ ତିନି ମହାନଗରର ମେୟର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ନାମାଙ୍କନ ଦାଖଲର ଶେଷ ଦିନରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗରର ମେୟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ନାମାଙ୍କନ ପତ୍ର ଦାଖଲ ବେଳେ ସବୁ ଦଳକୁ ଟପିଯାଇଛି ବିଜେଡି ରାଲି ।

ଭୁବନେଶ୍ୱରରେ ମେୟର ପଦ ପାଇଁ ଲଢ଼େଇ କରିବେ ବିଜେଡିର ସୁଲୋଚନା ଦାସ, ବିଜେପିର ସୁନୀତି ମୁଣ୍ଡ ଓ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ ।

କଟକରେ ମେୟର ପଦବୀ ପାଇଁ ବିଜେଡିର ସୁବାସ ସିଂ, ବିଜେପିର ଶ୍ରୀତମ ଦାସ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବ୍ରହ୍ମପୁର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ଓ ବିଜେପି ପ୍ରାର୍ଥୀ ସବିତା ସୁଆର ମଧ୍ୟ ନାମାଙ୍କନ କରିଛନ୍ତି । ଶେଷଦିନରେ ମଞ୍ଜୁ ରଥଙ୍କୁ ବ୍ରହ୍ମପୁର ମେୟର ପଦ ପାଇଁ ପ୍ରାର୍ଥୀ କରିଥିଲା କଂଗ୍ରେସ ।