ବିଭିନ୍ନ ସ୍ତରରେ ମହିଳା ନେତୃତ୍ୱ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଜୋର୍ | News Room Odisha

ବିଭିନ୍ନ ସ୍ତରରେ ମହିଳା ନେତୃତ୍ୱ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଜୋର୍

ଭୁବନେଶ୍ୱର – ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ଓଡ଼ିଶା ସବୁବେଳେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଆସିଛି । ମିସନ ଶକ୍ତି, ମମତା ଭଳି କାର୍ଯ୍ୟକ୍ରମ ଓ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରାଧାନ୍ୟ ରାଜ୍ୟରେ ମହିଳା ସଶକ୍ତିକରଣର ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କ ନେତୃତ୍ୱ ପ୍ରତି ସମ୍ମାନ ଜଣାଇବା ସହ ବିଭିନ୍ନ ସ୍ତରରେ ଏଭଳି ନେତୃତ୍ବ ସୃଷ୍ଟି କରିବା ଉପରେ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।