ରାଜ୍ୟରେ ୧୦୮ କୋରୋନା ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ୧୦୮ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗ ରୋଧକେନ୍ଦ୍ରରୁ ୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୪ , ବାଲେଶ୍ୱର ଜିଲ୍ଲାରୁ ୪ , ଭଦ୍ରକ ଜିଲ୍ଲାରୁ ୧ , ବରଗଡ଼ ଜିଲ୍ଲାରୁ ୧ , ବଲାଙ୍ଗୀରରୁ ୨, କଟକରୁ ୨, ଦେବଗଡ଼ରୁ ୨ , ଢେଙ୍କାନାଳରୁ ଜିଲ୍ଲାରୁ ୨ , ଗଜପତିରୁ ୧୪, ଗଞ୍ଜାମ ଜିଲ୍ଲାରୁ ୧୫ ଜଣ ଚିହ୍ନଟ ହୋଇଥିଲା ବେଳେ ଜଗତସିଂହପୁର ଜିଲ୍ଲାରୁ ୧ , ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୧୧ , କଳାହାଣ୍ଡର ଜିଲ୍ଲାରୁ ୨, କେନ୍ଦ୍ରାପଡ଼ାରୁ ୭ , ଖୋର୍ଦ୍ଧାରୁ ୬ , କୋରାପୁଟରୁ ୫ , ମୟୂରଭଞ୍ଜରୁ ୬ , ସମ୍ୱଲପୁରରୁ ୬ , ସୁନ୍ଦରଗଡ଼ରୁ ୮ , ସୋନପୁର ଜିଲ୍ଲାରୁ ଜଣେ ଓ ଷ୍ଟେଟ ପୁଲରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ୧୨, ୮୬, ୧୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୭୫, ୭୬୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ୧, ୧୯୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।