ବାଇକ୍ ଦୁର୍ଘଟଣା, ଜଣେ ଗୁରୁତର | News Room Odisha

ବାଇକ୍ ଦୁର୍ଘଟଣା, ଜଣେ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧିନ ହୋଇଛନ୍ତି l

ସୂଚନା ମତେ ଶିବ କୁମାର ଅଗ୍ରୱାଲ (୬୫) ଏକ ବାଇକରେ ବଲାଙ୍ଗୀର ଆଡୁ ନିଜ ଗାଁ ଡୁଙ୍ଗୁରିପାଲିକୁ ଫେରୁଥିବା ବେଳେ ଲୋଇସିଂହା ବସଟାଣ୍ଡ ନିକଟରେ ଏକ ବାଇକ ଶିବଙ୍କୁ ଧକ୍କା ଦେଇଥିଲା l ଫଳରେ ସେ ଗୁରୁତର ହୋଇଯାଇଥିଲେ । ଏହି ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲରେ ପହଞ୍ଚାଇଵା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିଥିଲେ l
ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଘଟଣା ସ୍ଥଳରୁ ବାଇକକୁ ଛାଡି ଫେରାର ହୋଇଯାଇଥିଲେ l