ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ୭ ଜଣିଆ ଟିମ୍‌ର ଅନୁଧ୍ୟାନ | News Room Odisha

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ୭ ଜଣିଆ ଟିମ୍‌ର ଅନୁଧ୍ୟାନ

ପୁରୀ – ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ ନେଇ ଏକ ୭ ଜଣିଆ ଟିମ ପୁରୀ ଗସ୍ତ କରି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି । ପ୍ରସ୍ତାବିତ ପ୍ରକଳ୍ପର ଆର୍ଥିକ- ବୈଷୟିକ ପ୍ରଭାବ ସଂକ୍ରାନ୍ତ ଉପରେ ଏହି ଟିମ ଆକଳନ କରିଛନ୍ତି । ଉପ ଜିଲ୍ଲାପାଳ ଭବତାରଣ ସାହୁ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ପରେ ଏହି ଦଳ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ପ୍ରକଳ୍ପ ନେଇ ଆଲୋଚନା କରିଥିଲେ ।

ପୁରୀରେ ଐତିହ୍ୟ କରିଡର ପ୍ରକଳ୍ପ ବିକାଶ କାର୍ଯ୍ୟ ବିଧିବଦ୍ଧ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାର ପୁରୀର ସିପସରୁବାଲିରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ସ୍ତରର ଗ୍ରିନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ ଲାଗି ରାଜି ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆଧାରରେ କେନ୍ଦ୍ରୀୟ ଟିମ୍ ଯେଉଁ ସର୍ଭେ ରିପୋର୍ଟ ଦେଇଥିଲା ତାହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିଛି ତେବେ ରାଜ୍ୟ ସରକାରଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୈଷୟିକ ରିପୋର୍ଟ ମାଗିଥିଲେ।