୨୦୨୪ରେ ମାଲକାନଗିରିରୁ ଉଡ଼ିବ ବିମାନ | News Room Odisha

୨୦୨୪ରେ ମାଲକାନଗିରିରୁ ଉଡ଼ିବ ବିମାନ

ଭୁବନେଶ୍ୱର- ୨୦୨୪ ଜାନୁଆରୀ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ । ଲୋକସେବା ଭବନରେ ଏ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ପରିବହନ ସଚିବ ବିଷ୍ଣୁପଦ ସେଠୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଫାଷ୍ଟଟ୍ରାକରେ ନିର୍ମାଣ କାମ ଶେଷ କରିବାକୁ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ବିମାନବନ୍ଦର ନିର୍ମାଣ ହେଲେ ମାଲକାନଗିରିରେ ଅର୍ଥନୈତିକ ଅଭିବୃଦ୍ଧି ହେବ । ସ୍ବାସ୍ଥ୍ୟ ସେବା ସହ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ, ମାଲକାନଗିରି ଏୟାରଫିଲଡକୁ 2B କ୍ୟାଟେଗୋରୀ ଏୟାରପୋର୍ଟରେ ପରିଣତ ହୋଇପାରିବ। ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି ।