ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସଂଧ୍ୟା ୫ରୁ ୮ ଦର୍ଶନ ବନ୍ଦ | News Room Odisha

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସଂଧ୍ୟା ୫ରୁ ୮ ଦର୍ଶନ ବନ୍ଦ

ପୁରୀ- ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ହେବ । ବନକଲାଗି ନୀତି ଏକ ଗୁପ୍ତ ସେବା ହୋଇଥିବାରୁ ଶ୍ରୀଜିଉଙ୍କ ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଅପରାହ୍ନ ୫ଟାରୁ ରାତି ୮ ଟା ଯାଏ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ ।