ବୌଦ୍ଧ : ନୂତନ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭାବେ ହେମନ୍ତ ବେହେରା ଯୋଗଦାନ କରିଛନ୍ତି l ସେ ଜ଼ିଲ୍ଲାପାଳ ଲାଳାଟେନ୍ଦୁ ମିଶ୍ରଙ୍କୁ ଭେଟି କାର୍ଯ୍ୟରେ ଯୋଗଦାନ ପତ୍ର ଦେଇଛନ୍ତି l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଜ଼ିଲ୍ଲାର ସଂସ୍କୃତି ଏବଂ ଐତିହ୍ୟ ଉପରେ ବିଶେଷ ଧ୍ୟାନ ଦେଇ ଆଗ୍ରହ ଏବଂ ଉତ୍ସାହର ସହିତ କାମ କରିବାକୁ ପରାମର୍ଶ ଦେଇଥିଲେ l ପରେ ଶ୍ରୀ ବେହେରା ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କୁ ସକ୍ଷାତ କରି ଜ଼ିଲ୍ଲାର ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ l ତାଙ୍କ ସହ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ବିରଞ୍ଚି ନାରାୟଣ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ l