କଟକ ଛତ୍ରବଜାର ବ୍ରିଜ ଭୁଶୁଡ଼ିଲା | News Room Odisha

କଟକ ଛତ୍ରବଜାର ବ୍ରିଜ ଭୁଶୁଡ଼ିଲା

କଟକ- କଟକରେ ଛତ୍ରବଜାର ପୁରୁଣା ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ପୁରୁଣା ବ୍ରିଜ୍ ଉପରେ ବସି ପରିବା ବିକ୍ରି ବେଳେ ବ୍ରିଜର କିଛି ଅଂଶ ଖସି ପଡ଼ିଛି । ୨ରୁ ୩ଜଣ ପରିବା ବ୍ୟବସାୟୀ ବ୍ରିଜ୍ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।ବ୍ରିଜ୍ କଡ଼ରେ ନିର୍ମାଣ କାମ ଚାଲିଥିବା ବେଳେ ବ୍ରିଜଟି ଭୁଶୁଡ଼ି ପଡ଼଼ିଛି । ଅଞ୍ଚଳକୁ ପୋଲିସ କର୍ଡନ କରି ରଖିଛି ।