୫ ରାଜ୍ୟରେ ଆଜି ବିଧାନସଭା ନିର୍ବାଚନର ଭୋଟ ଗଣତି | News Room Odisha

୫ ରାଜ୍ୟରେ ଆଜି ବିଧାନସଭା ନିର୍ବାଚନର ଭୋଟ ଗଣତି

ନୂଆଦିଲ୍ଲୀ – ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଆଜି ହେବ ଗଣତି । ଜନାଦେଶ କାହା ସପକ୍ଷରେ ଯାଇଛି, ତାହା ମଧ୍ୟାହ୍ନ ବେଳକୁ ସ୍ପଷ୍ଟ ସୋଇଯିବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ନିଆଯାଇଥିଲା ।

ସକାଳ ୮ଟାରୁ ଉତ୍ତରପ୍ରଦେଶର ୪୦୩, ଉତ୍ତରାଖଣ୍ଡର ୭୦, ପଞ୍ଜାବର ୧୧୭, ଗୋଆର ୪୦ ଓ ମଣିପୁରର ୬୦ଟି ଆସନ ପାଇଁ ଗଣତି ଆରମ୍ଭ ‌ହୋଇଛି ।

ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ । ଉତ୍ତର ପ୍ରଦେଶର ୪୦୩ ଆସନରୁ ବିଭିନ୍ନ ସର୍ଭେରେ ମିଳିଥିବା ରିପୋର୍ଟ ଅନୁସାରେ ପୁଣି ଥରେ ଯୋଗୀ ସରକାର ଫେରିବ । ମଣିପୁରରେ ବି ଏନଡିଏ କ୍ଷମତା ବଜାୟ ରଖିପାରେ । ପଞ୍ଜାବରେ ଆପ୍ ସରକାର ଗଠନ କରିବ । ଉତ୍ତରାଖଣ୍ଡ ଓ ଗୋଆରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇପାରେ ।